Laxmi Purana Info
Movie / Album /File Detail
Description : Download Full Laxmi Purana Sung By Various Artist. Manabasa Gurubar Lakshmi vrata is observed during gurubar or Thursdays in the month of Margasira.Goddess Lakshmi is worshipped on Thursdays during Margashirsh Month (November – December) in Odisha, Andhra Pradesh, Karnataka and Maharashtra. This puja is performed to get Sukh, Shanti and Aishwarya – comfort, peace and prosperity. ଓଡ଼ିଶାର ଘରେ ଘରେ ମାଣବସା ଗୁରୁବାର "ଲକ୍ଷ୍ମୀ ପୁରାଣ" ନାମରେ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ । ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
Total Tracks/Files : 8